କଟକ: କଟକ ମିଶନ ରୋଡ୍ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୨୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଦ୍ୟାଳୟରେ ଅଧ୍ୟକ୍ଷା ଏମ୍. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର୍ମ୍ୟାନ୍ ବିଶପ୍ ରାଇଟ୍ ରେଭରେଣ୍ଟ୍ ସୁରେନ୍ଦ୍ର କୁମାର ନନ୍ଦ, ସମ୍ମାନୀୟ ଅତିଥି ଭାବେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡଃ ସୋହିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
ଅନ୍ୟ ଅତିଥି ଭାବରେ ରେଭରେଣ୍ଟ୍ ପରିତୋଷ ରାଉତ, ରେଭରେଣ୍ଟ୍ ପଙ୍କଜ ସାହାଣୀ, ରେଭରେଣ୍ଟ୍ ଅଜୟ କୁମାର ବେହେରା, ରେଭରେଣ୍ଟ୍ ସୌରଭ ସମ୍ପଦ ନାଗ, ରେଭରେଣ୍ଟ୍ ଏଫ୍.ସି. ନର୍ଥ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଶ୍ରେଣୀଠୁ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀ ରାଇଜର କାହାଣୀ ଉପରେ ଏକ ଉପସ୍ଥାପନ କରିଥିଲେ।