କରୋନା ପାଇଁ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: କରୋନା ମହାମାରୀ ବେଳେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍‌ରେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବା ସହ ମାର୍ଗଶୀର ଗୁରୁବାରରେ ମାଣ ବସାଇ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ। ନିଯୁକ୍ତିକୁ ସ୍ଥାୟୀ କରିବା ସହ ବକେୟା ଦରମା ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

କରୋନା ଦୂର ହୋଇନଥିବାବେଳେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ପୁଣିଥରେ ନିଯୁକ୍ତି ଦେଇ ଚାକିରୀକୁ ସ୍ଥାୟୀ କରିବା ଲାଗି ଦାବି କରିଛି ଅଲ୍ ଓଡ଼ିଶା କୋଭିଡ କେୟାର ହୋମ୍ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ। ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ। ପ୍ରତ୍ୟେକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ବାସଭବନ ଘରେ ଧାରଣା ଦେବେ ବୋଲି ସଂଘ କହିଛି।

You might also like