ଧାରଣାରେ ବସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା
ଭୁବନେଶ୍ୱର: ଧାରଣାରେ ବସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଛି। ଆମରଣ ଅନସନରେ ବସିଥିବା କିଛି ଏଏନ୍ଏମ୍ କର୍ମୀ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲିଠୁ ରାତି ସାରା ଧାରଣାରେ ବସିଛନ୍ତି ଏଏନ୍ଏମ୍ କର୍ମୀ. ପିଏମ୍ଜି ଛକ ଉପରେ ହିଁ ଆଜି କର୍ମଚାରୀମାନେ ମାଣବସା ଗୁରୁବାର ପାଳନ କରିଛନ୍ତି। ନିଜ ଛଟେଇକୁ ପ୍ରତିବାଦ କରିବା ପରେ ଗତ ୧୩ ଦିନ ଧରି ଧାରଣାରେ ବସିଛନ୍ତି ସ୍ୱାସ୍ଥ୍ୟକର୍ମୀ।
କରୋନା ମହାମାରୀ ବେଳେ ଏମାନେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିଲେ। ହେଲେ ତାଙ୍କୁ ଅଚାନକ୍ ଚାକିରିରୁ ବାହାର କରି ଦିଆଯାଇଥିଲା। ଯାହାକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଛି। ହେଲେ ଏବେ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନାହାନ୍ତି କିମ୍ବା ଆଲୋଚନା କରାଯାଇନି।