ଶୀତ କାକରରେ ଥରି ଥରି ବଡଦିନ ପାଳିଲେ ଏଏନଏମ କର୍ମୀ

ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଏଏନ୍ଏମ୍ କର୍ମୀ।

ଭୁବନେଶ୍ୱର: ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଏଏନ୍ଏମ୍ କର୍ମୀ।  ଛଟେଇକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଜାରି ରହିଛି ଆନ୍ଦୋଳନ। ଗତ ମାସଠାରୁ ଧାରଣାରେ ବସିଥିବା ଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଧାରଣା ସ୍ଥଳରେ ପାଳନ କରିଛନ୍ତି ବଡ଼ ଦିନ। ସ୍ୱାସ୍ଥ୍ୟକର୍ମୀ ମାନେ ଏକତ୍ରିତ ହୋଇ କେକ୍ କାଟିବା ସହ ନିଜ ନିଜ ମଧ୍ୟରେ ବଡ଼ ଦିନକୁ ପାଳନ କରିଛନ୍ତି।

ଗତ ମାସଠୁ ଏମାନେ ଲୋୟର ପିଏମଜିର ଧାରଣାସ୍ଥଳରେ ଏପରି ଭାବେ ବିକ୍ଷୋଭ କରୁଛନ୍ତି।

ସେପଟେ ପୂର୍ବରୁ ମଧ୍ୟ ଧାରଣାରେ ବସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଛି। ଆମରଣ ଅନସନରେ ବସିଥିବା କିଛି ଏଏନ୍ଏମ୍ କର୍ମୀ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଖବର ମଧ୍ୟ ପ୍ରକାଶ ହୋଇଥିଲା।

କେବଳ ଗତକାଲି ରାତି ନୁହେଁ ବରଂ ପୂର୍ବରୁ ରାତି ସାରା ଧାରଣାରେ ବସିଛନ୍ତି ଏଏନ୍ଏମ୍ କର୍ମୀ। ପିଏମ୍‌ଜି ଛକ ଉପରେ ହିଁ କର୍ମଚାରୀମାନେ ମାଣବସା ଗୁରୁବାର ପାଳନ କରିଛନ୍ତି। ନିଜ ଛଟେଇକୁ ପ୍ରତିବାଦ କରିବା ପରେ ଧାରଣାରେ ବସିଛନ୍ତି ସ୍ୱାସ୍ଥ୍ୟକର୍ମୀ।

କରୋନା ମହାମାରୀ ବେଳେ ଏମାନେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିଲେ। ହେଲେ ତାଙ୍କୁ ଅଚାନକ୍ ଚାକିରିରୁ ବାହାର କରି ଦିଆଯାଇଥିଲା। ଯାହାକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଛି। ହେଲେ ଏବେ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନାହାନ୍ତି କିମ୍ବା ଆଲୋଚନା କରାଯାଇନି ବୋଲି ସେମାନେ କହିଛନ୍ତି।

ପୁଣି ରାଜଧାନୀ ରାଜରାସ୍ତାରେ ଆତ୍ମାହୁତି ଉଦ୍ୟମ। ସ୍ଥାୟୀ ନିଯୁକ୍ତି ଦାବି କରି ଭୁବନେଶ୍ୱରରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଦୁଇ କରୋନା ଯୋଦ୍ଧା। ଶୀତ କାକରରେ ପଡ଼ି ଏଏନ୍ଏମମାନେ ଆନ୍ଦୋଳନ ଚଳାଇଥିଲେ ବି ସେମାନଙ୍କ ଦାବି ସରକାର ନଶୁଣିବା ପରେ ଆଜି ଏଭଳି ଚରମ ପଦକ୍ଷେପ ନେଇଥିଲେ ସେମାନେ । ଆଉ ଚେତାବନୀ ବି  ଦେଇଛନ୍ତି ୧୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, ସମୂହ ଆତ୍ମାହୁତି ଦେବେ ।କିନ୍ତୁ କୌଣସି ଆଲୋଚନାର ନିଷ୍କର୍ସ ବାହାରି ପାରିନାହିଁ।

ମହାମାରୀ କରୋନା ଦାଉରୁ ରାଜ୍ୟବାସୀଙ୍କୁ ରକ୍ଷା କରିବାରେ ଏମାନେ ନେଇଥିଲେ ପ୍ରମୁଖ ଭୂମିକା। ଏଠି କିନ୍ତୁ ହାତରେ ସିରିଞ୍ଜ କିମ୍ବା ଔଷଧ ବଦଳରେ କିରୋସିନ ବୋତଲ। କିରୋସିନ୍ ନିଜ ଦେହରେ ଢାଳି ଜୀବନ ହାରିବାକୁ ଉଦ୍ୟମ ରାଜ୍ୟ ଶାସନ କେନ୍ଦ୍ରର ମାତ୍ର କିଛିଦୂରରେ। କିଛି ଦିନ ତଳେ ମଧ୍ୟାହ୍ନରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଜଣେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଅନ୍ୟଜଣେ ଚଳନ୍ତା ଗାଡ଼ି ଆଗକୁ ମାଡ଼ି ଯାଉଥିବା ବେଳେ ଅଟକାଇଥିଲେ ସୁରକ୍ଷା କର୍ମୀ। ସୌଭାଗ୍ୟବଶତଃ ଉଭୟେ ବର୍ତ୍ତି ଯାଇଥିଲେ ।

ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କରିବାରୁ ଏଭଳି ରାସ୍ତା ଆପଣେଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ଆତ୍ମହୁତି ଉଦ୍ୟମ କରିଥିବା ଦୁଇ ଏଏନ୍ଏମ୍ କର୍ମୀ। ତେବେ ଚେତାବନୀ ଦେଇଛନ୍ତି ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଆତ୍ମାହୁତି ଦେବେ।

ଏଏନଏମ ଆନ୍ଦୋଳନକୁ ଅନେତ ଦିନ ହେଲାଣି। ପ୍ରାୟ ସପ୍ତାହେ ହେଲା ଆନ୍ଦେଳନକାରୀଙ୍କ ମଧ୍ୟରୁ କେତେଜଣ ଅନଶନରେ ମଧ୍ୟ ବସିଛନ୍ତି।  କୋଭିଡ୍ ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ହୋଇଥିବା କୋଭିଡ୍ କେୟାର ହୋମରେ ଏମାନେ ନିୟୋଜିତ ଥିଲେ। ତେବେ ୩ ମାସ ସେବା ଯୋଗାଇବା ପରେ ସେମାନଙ୍କୁ ଛଟେଇ କରାଯାଇଥିଲା। ଏବେ ଦାବି କରିଛନ୍ତି, ଖାଲି ପଡ଼ିଥିବା ଏଏନ୍ଏମ୍ ପଦବିରେ ସେମାନଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ଦିଅନ୍ତୁ।

କରୋନା ମହାମାରୀ ବେଳେ ଜୀବନକୁ ବାଜି ଲଗାଇ ସେବା କରିଥିବା ଏହି କରୋନା ଯୋଦ୍ଧାଙ୍କ ଅବସ୍ଥା ଯଦି ଏଭଳି ହେବ, ତେବେ ଆଗାମୀ ଦିନରେ ସମୂହ ଟୀକାକରଣ କିଭଳି ହେବ, ତାହା ମଧ୍ୟ ଏବେ ପ୍ରଶ୍ନ ଘେରରେ ।

You might also like