• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ଘଟଣାର ସିବିଆଇ ତଦନ୍ତ ଦାବି କଲେ ଖୋଦ ପୀଡ଼ିତା ଅଞ୍ଜନା ମିଶ୍ର। ଏନେଇ ସେ ହାଇକୋର୍ଟଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଖାଲି ସେତିକି ନୁହେଁ ଅଞ୍ଜନା ହାଇକୋର୍ଟଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଯେ, ହାଇକୋର୍ଟରେ ମାମଲା ଲଢ଼ିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ଆର୍ଥିକ ସମ୍ବଳ ନାହିଁ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କ ମାମଲା ଲଢ଼ିବା ପାଇଁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଉ।

ଚିଠିରେ ଆହୁରି ମଧ୍ୟ ନିବେଦନ କରିଛନ୍ତି ଯେ, ଦୁଷ୍କର୍ମ ଘଟଣାର ପ୍ରକୃତ ଷଡ଼ଯନ୍ତ୍ରକାରୀ କିଏ ତାର ପର୍ଦ୍ଦାଫାସ କରାଯାଉ, ଏବଂ ଗିରଫ ଦୋଷୀ ବିବନ ବିଶ୍ୱାଳକୁ ପଚରା ଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ। ବାସ୍ତବରେ ଏହି ଘଟଣା କାହା ଇଙ୍ଗିତରେ ଘଟିଥିଲା ବା ଏହା ପଛରେ କାହାର ହାତ ରହିଥିଲା ତାହାର ତଦନ୍ତ କରାଯାଉ।

ଅନ୍ୟପଟେ ଗତ ୨୬ ମାର୍ଚ୍ଚରେ ଏହି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘର ଉପରେ ସିବିଆଇ ଚଢ଼ଉ କରିଥିଲା । କଟକ ଜିଲ୍ଲା ବାରଙ୍ଗ ଥାନାର ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘର ଉପରେ ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍ ଚଢ଼ଉ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ । ଏହାସହ ବିବନ ଘରୁ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ସେ ମୁମ୍ବାଇରେ ଲୁଚି ରହିବା ପଛରେ କାହାର ହାତ ଥିଲା, ସେନେଇ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ । ଏହା ବ୍ୟତୀତ ବ୍ୟାଙ୍କ ମାଧ୍ୟମରେ ପଠାଉଥିବା ଟଙ୍କା ସଂପର୍କରେ ଅଧିକ ଯାଞ୍ଚ କରାଯାଇଥିଲା। ଖାଲି ସେତିକି ନୁହେଁ ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଥିଲା ।

ଏମିତିକି ଅଞ୍ଜନା ମିଶ୍ର ଘରେ ମଧ୍ୟ ୨ ଜଣିଆ ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଥିଲା। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲା । ତେବେ ଆଲୋଚନା ପରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଥିଲା।

ସୂଚନାଯୋଗ୍ୟ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ମାର୍ଚ୍ଚ ୫ ତାରିଖରେ ସିନ୍ ରିକ୍ରିଏଟ୍ କରିଥିଲା ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା କରିଥିଲା ସିବିଆଇ ଟିମ। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଥିଲା ତାହା ଗୋଟି ଗୋଟି କରି ବଖାଣିଥିଲା ବିବନ।

Anjana-mishras-plea-to-the-high-court-said-the-truth-would-come-to-light-if-the-cbi-investigated
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories