ପ୍ରଶାସନର ବାରଣ ସତ୍ତ୍ୱେ ଶୁଳିଆ ଯାତ୍ରାରେ ପଡ଼ିଲା ପଶୁବଳି

ବଲାଙ୍ଗିର: ପ୍ରଶାସନର ବାରଣ ସତ୍ତ୍ୱେ ଆଜି ବଲାଙ୍ଗିର ଜିଲ୍ଲାରେ ଶୁଳିଆ ଯାତ୍ରାରେ ପଶୁବଳି ପଡ଼ିଛି। ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିଛନ୍ତି।

ଗତକାଲି ଅର୍ଦ୍ଧରାତ୍ରରେ ଗାଁର ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନ ତାଳେ ତାଳେ ଶୁଳିଆ ଖଳାକୁ ଆସିଥିଲେ।

ଏହାପରେ ସାନ ଖଳା ଓ ବଡ଼ ଖଳାରେ ପରମ୍ପରା ଅନୁସାରେ ପଶୁ ବଳି ଦିଆଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏସ୍‌ପି ଓ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଜଣେ ଡିଏସ୍‌ପି ଓ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

You might also like