• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ। ବଡମାଲ ଗୋଳାବାରୁଦ କାରଖାନା ଭିତର ଜଙ୍ଗଲରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ପରେ ଏହି ଚର୍ଚ୍ଚା ଜୋର ଧରିଛି। କେବଳ ଏହି ଘଟଣା ନୁହେଁ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରେ କଲରାପତରିଆ ବାଘ ଓ ଭାଲୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ଲୋକଙ୍କ ମଧ୍ୟରେ ଲଢେଇ ହେଉଥିବା ସ୍ଥାନୀୟ ବାସିନ୍ଦା କହିବା ସହ ଏଥିପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି।

ସେପଟେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ମଙ୍ଗଳବାର ଦିନ ଗୋଳାବାରୁଦ କାରଖାନାର କୋର ଏରିଆରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା।  ଫାଶ ଲଗାଇଯାଇଥିବା ସ୍ଥାନ ଗୋଳାବାରୁଦ କାରଖାନାର ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏହି ସ୍ଥାନରେ କେମିତି ଫାଶ ଲଗାଇ ବାଘ ଶିକାର କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ଏହି କଲରାପତରିଆ ବାଘର ଶିକାର ଘଟଣା ନୁହେଁ, ଗତ ୨୦୧୩ ମସିହାରେ ମଧ୍ୟ ସଇଁତଳା ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ନିକଟ ପିପୃଟ ଗାଁରେ ଗୋଟିଏ କଲରାପତରିଆ ବାଘକୁ  ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହାସହ ବାଘର ନଖ ଓ ନିଶ ମଧ୍ୟ ଲୁଟି ନେଇଥିଲେ। ସେହିପରି ଗତ ୨୦୧୮ ମସିହା ଏପ୍ରିଲରେ ଟିଟିଲାଗଡ଼ରେ ଗାଁ ଭିତରକୁ ପଶି ଆସିଥିବା ଭାଲୁକୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଫଳସ୍ୱରୂପ ଏଭଳି ଘଟଣା ଦେଖିବାକୁ ମିଳୁଛି। ଏଥିପାଇଁ ସ୍ଥାନୀୟ ଲୋକେ  ବନବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ କହିଛି।

https://youtu.be/bZm2lve9DwE

Animals-are-unsafe-in-titilagarh-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories