‘ସାମାଜିକ ଦୂରତା ନ ମାନିଲେ ଜିଲ୍ଲାକୁ ସଟଡାଉନ କରାଯିବ ’

ଅନଗୁଳ: ସାମାଜିକ ଦୂରତ୍ୱ ନ ମାନିଲେ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯିବ । ଏଭଳି ଚେତାବନୀ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି।  ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥା ଗହଳି ଜମୁଛି । ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି । ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲାପାଳ ଏମିତି ଚେତାବନୀ ଦେଇଛନ୍ତି।

ଲୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲାରହୁଛି। ତଥାପି ଲୋକେ ବିଭିନ୍ନ ଦୋକାନ ବଜାରରେ ଅଯଥା ଭିଡ ଜମାଉଛନ୍ତି । ବିଶେଷ କରି ଅନୁଗୋଳ ପୌରପାଳିକା ଅଞ୍ଚଳରେ ଲୋକ ସାମାଜିକ ଦୂରତାକୁ ମାନୁନଥିବା ଜିଲ୍ଲାପାଳ କହିଛନ୍ତି।

ତେଣୁ ସେମାନଙ୍କୁ ଚେତାବନୀ ଦେଇ କହିଛନ୍ତି,  ଲୋକମାନେ ବାହରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖନ୍ତୁ।   ଏହା ନମାନିଲେ ବାଧ୍ୟହୋଇ ଜିଲ୍ଲାକୁ ସଟଡାଉନ୍ ଘୋଷଣ କରାଯିବ।

ସୂଚନାଥାଉ କି, ଅନୁଗୁଳ ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦୦ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଆସିଲେଣି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତସ୍ତରରେ ଥିବା କ୍ୱାରେଣ୍ଟିନ ସେଣ୍ଟରେ ରଖାଯାଇଛି । ସବୁ କ୍ୱାରେଣ୍ଟିନ ଅଞ୍ଚଳ ସହ ଏହାର ଚତୁପାର୍ଶ୍ୱରର ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରା ଯାଇଛି।

You might also like