ଅଙ୍ଗନୱାଡ଼ି କର୍ମୀ ଓ ଗାଁ ଲୋକେ ମୁହାଁମୁହିଁ; ୭ ମାସ ହେଲା କେନ୍ଦ୍ରରେ ଝୁଲୁଛି ତାଲା

ଗଜପତି: ଗ୍ରାମବାସୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଯୋଗୁ ୭ ମାସ ହେଲାଣି ଅଙ୍ଗନଓ୍ୱାଡି କେନ୍ଦ୍ରରେ ତାଲା ଝୁଲୁଛି। କୁନି କୁନି ପିଲା ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ପିଲାଙ୍କ ପାଇଁ ଆସୁଥିବା ଛତୁଆ ବି  ଫେରିଯାଉଛି। ଏମିତି କି ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ମମତା ଯୋଜନା ବି କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଲବାରସିଂ ପଂଚାୟତ ଅନଙ୍ଗପୁର ଅଙ୍ଗନଓ୍ୱାଡି କେନ୍ଦ୍ରରେ।

ଗତ ଫେବୃଆରୀରେ, ଗାଁର ତୁଳସୀ ନାୟକ ନାମକ ଜଣେ ମହିଳା ଅଙ୍ଗନଓ୍ୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଜାତିଆଣ ଭେଦଭାବ ରଖି ତାଙ୍କୁ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ନ ଦେଇ ତାଲା ପକାଇ ରଖିଛନ୍ତି ବୋଲି ତୁଳସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ। ଗାଁରେ କାହାକୁ ନ ପଚାରି ସେ ଆବେଦନ କରିଥିବାରୁ ତାଙ୍କୁ ଗ୍ରାମବାସୀ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।

ଅପରପଟେ ଏନେଇ କୌଣସି ସୂଚନା ନଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି । ଗ୍ରାମବାସୀଙ୍କୁ ବୁଝାସୁଝା କରି ତୁରନ୍ତ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like