JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇଦେଲେ

କଟକ: ମନରେଗା କାମ ବିବାଦରୁ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁ ଲୋକେ। କାମ ବନ୍ଦ କରିଦେବାରୁ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ।

ମନରେଗା କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଏହି ଦୁଇ ଅଧିକାରୀ କାମ ବନ୍ଦ କରିଦେଇଥିଲେ।  ଏହାକୁ ବିରୋଧ କରିବା ସହ ଲୋକେ କାମ ଚାଲୁ ରଖିବା ଓ ବକେୟା ଅର୍ଥ ଦାବି କରିଥିଲେ। ଏହାପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଇଥିଲା। ଉତ୍ୟକ୍ତ ଲୋକେ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗାଁର ଗୋଟିଏ ଘର ଭିତରେ ଅଟକ ରଖିଥିବା ଥିବା ସୂଚନା ମିଳିଛି।

ବୈଦେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ଉଦ୍ଧାର ସମ୍ଭବ ହୋଇନି। ବିଡିଓ ଆସି ପ୍ରତିଶ୍ରୁତି ଦେଲେ ଦୁଇ ଅଧିକାରୀଙ୍କୁ ଛଡ଼ାଯିବ ବୋଲି ଅଡ଼ି ବସିଛନ୍ତି ଲୋକେ। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି।

You might also like