ବାଲେଶ୍ୱର: କରୋନା ଲକ୍ ଡାଉନ୍କୁ ନେଇ ଅବ୍ୟବସ୍ଥାରୁ ଦୁଗ୍ଧ ଚାଷୀ କ୍ଷୁବ୍ଧ। ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରଣିଆଗଂଜ ଗାଁରେ ଦେଖିବାକୁ ମିଳିଛି।
ଏହି ଅଭାବନୀୟ ଦୃଶ୍ୟ ଲକ୍ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କଠାରୁ ଉତ୍ପାଦିତ କ୍ଷୀର ସଂଗ୍ରହ କରୁନି। ସମବାୟ ସମିତି ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଅଧିକ ମହିଳା ଦୁଗ୍ଧ ଚାଷୀ ଥିବାବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା।
ତେବେ ଗତ ୫ ଦିନ ଧରି ଚାଷୀଙ୍କଠାରୁ କୌଣସି କ୍ଷୀର ସଂଗ୍ରହ କରାଯାଇନାହିଁ। ଏଥିରେ ଉତ୍ତେଜିତ ହୋଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଉତ୍ପାଦିତ ଦୁଗ୍ଧ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ସମବାୟ ସମିତିର ପ୍ରତିକ୍ରିୟା ମିଳିପାରିନାହିଁ।