ଅଙ୍ଗନବାଡ଼ି କର୍ମୀଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

କଣ୍ଟାବାଞ୍ଜି  : କଣ୍ଟାବାଞ୍ଜି ଥାନା ବାନ୍ଧନପାଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ। ଏ ନେଇ ଥାନାରେ ଅଭିଯୋଗ ଦେଇଛନ୍ତି ତାଙ୍କୁ ସାଥିରେ ନେଇ ଯାଉଥିବା ଅନ୍ୟଜଣେ ଅଙ୍ଗନବାଡ଼ି କର୍ମୀ। ଅାଜି ଦିନ ୧୦ଟା ବେଳେ ବାନ୍ଧନପାଳିର ଅଙ୍ଗନାବାଡ଼ି କର୍ମୀ ଧାମନଡଙ୍ଗା ଅଙ୍ଗନାବାଡ଼ି ସେଣ୍ଟରକୁ ଯାଉଥିବା ବେଳେ ତାଙ୍କ ସାଥିରେ ସହକର୍ମୀ ଜଣକ ଯାଇଥିଲେ।

ତେବେ ବାଟରେ ଏକ ବୋଲେରୋରେ ଅାସୁଥିବା ଚାରି ଜଣ ଯୁବକ ତାଙ୍କୁ ଅଟକାଇ ସହ କର୍ମୀଙ୍କୁ ଫିଲ୍ମ ଷ୍ଟାଇଲେ ଅପହରଣ କରି ନେଇ ଚାଲିଯାଇଥିଲେ।

ଏ ନେଇ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ୱାମୀ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ତେବେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

You might also like