୧ରୁ ଖୋଲିବ ଅଙ୍ଗନୱାଡି, SOP ଜାରି କଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଫେବୃୟାରୀ ୧ରୁ ଖୋଲିବ। ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ SOP ସମ୍ବଳିତ ଚିଠି ହୋଇଛି।

କଣ ରହିଛି ନିୟମ ଜାଣନ୍ତୁ:-

  • କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବ।
  • ମାସରେ ୨୫ ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ।
  • କଣ୍ଟେନମେଣ୍ଟ ଜୋନ୍ ଭିତରେ ପିଲାଙ୍କ ଘରେ ପହଞ୍ଚାଯିବ ରନ୍ଧାଖାଦ୍ୟ ଓ ଅଣ୍ଡା।
  • ଗର୍ଭବତୀ ମହିଳାଙ୍କ ଘରେ ମଧ୍ୟ ପହଞ୍ଚାଯିବ ଖାଦ୍ୟ।
  • ଅଙ୍ଗନୱାଡ଼ି କର୍ମୀ, କର୍ମଚାରୀ ଓ ପିଲାମାନଙ୍କ ଲାଗି ମାସ୍କ ବାଧ୍ୟତାମୂଳକ।
  • ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଙ୍ଗନୱାଡ଼ି ପରିସରକୁ ଆସିବା ଲାଗି ବାରଣ।

ରାଜ୍ୟ ସରକାରଙ୍କ ପକ୍ଷରୁ ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି।

ଫେବ୍ରୁଆରୀ ଗାଇଡଲାଇନରେ ପ୍ରାଥମିକ ସ୍କୁଲ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆବଶ୍ୟକ ସ୍ଥଳେ ଅର୍ଥାତ ଯେଉଁଠି ଜରୁରୀ ଥିବ ସେଠାରେ କଟକଣା ଲଗାଯାଇ ପାରିବ ବୋଲି ସ୍ପଷ୍ଟ କରାଯାଇଛି।

ସେହିପରି ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ।  ଏସ୍ଓପି ପାଳନ କରି ସିନେମା ହଲ୍, ଥିଏଟର ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲି ପାରିବ। ଏହି ନୂଆ ଗାଇଡ୍‌ଲାଇନ୍‌ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ।

କରୋନା ଯୋଗୁଁ ଲକ୍‌ଡାଉନ୍‌ରେ ଶିକ୍ଷା ବ୍ୟବସ୍ଥା ସତେ ଯେପରି ଭୁଶୁଡି ପଡ଼ିଥିଲା। ଅନ୍‌ଲାଇନ୍ ବ୍ୟବସ୍ଥା ହୋଇଥିଲେ ହେଁ ଏହି ସୁବିଧାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। କାହାର ମୋବାଇଲ ନଥିଲା ତ ଆଉ କେଉଁଠି ନେଟ୍‌ୱର୍କ ନଥିଲା। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲ ଜାନୁଆରୀ ମାସରେ ଖୋଲିଥିଲା।

You might also like