ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଘରେ ପହଞ୍ଚିବ ରାସନ
ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହରର ସମସ୍ତ ମଲ, ସିନେମା ହଲ ବନ୍ଦ ରଖିବା ପାଇଁ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଘରେ ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
୩ରୁ ୬ବର୍ଷ ପିଲାମାନଙ୍କୁ ଶୁଖିଲା ରାସନ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯିବ। ତେବେ ଏହି ରାସନ ପାଇଁ ପିଲାଙ୍କୁ କେନ୍ଦ୍ରକୁ ଆସିବାକୁ ପଡ଼ିବନି। ବରଂ ସେମାନଙ୍କ ଘରେ ଏହି ଖାଦ୍ୟ ଯୋଗାଇ ଦିଆଯିବ। ଖାଦ୍ୟ ଘରେ ପହଞ୍ଚାଇବା ନେଇ ଅଙ୍ଗନାବାଡି କର୍ମୀ ଏବଂ ସହାୟିକାଙ୍କୁ ରାଜ୍ୟ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।