ବିପଦସଙ୍କୁଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ
କେନ୍ଦ୍ରାପଡା( ମନୋଜ ସ୍ୱାଇଁ) :କୁନି କୁନି ଶିଶୁଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ମୌଳିକ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା ହୋଇଛି। ହେଲେ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ଅବସ୍ଥା ଦେଖିଲେ ଜଣାପଡୁଛି ସରକାରଙ୍କ ଆନ୍ତରିକତା। କେଉଁଠି କେନ୍ଦ୍ର ଘର ଅଧା ପଡିଛି ତ ଆଉ କେଉଁଠି ଭଙ୍ଗା ଚାଳ ଘରେ ଅସୁରକ୍ଷିତ ଅବସ୍ଥାରେ ପଢୁଛନ୍ତି କୋମଳମତି ଶିଶୁ।
ଚାଳ କଣା ହୋଇ ଖରା ପଡୁଛି। ପରିଥିନ୍ ଜରି ଫାଟି ଠାଏ ଠାଏ କଣା ଛାତ ସବୁ ଏତେ ଦୁର୍ବଳ ଯେ କଂକ୍ରିଟ୍ ଛଡ ଦିଶିବା ସାଙ୍ଗକୁ ଏ ଝୁଲୁଥିବା ଫ୍ୟାନ୍ ବି କେତେବେଳେ ଗଳି ପଡିବ ତା ବି କହି ହବନି। ଏଭଳି ଅସୁରକ୍ଷିତ, ଅବହେଳିତ ଅବସ୍ଥାରେ କୁନି କୁନି ପିଲାଏ ପାଠ ପଢୁଛନ୍ତି। ଏ ଦୂରାବସ୍ଥା କେନ୍ଦ୍ରାପଡା ଜିଲ୍ଲାର ଫକାରାବାଦ ୨ ଅଙ୍ଗନବାଡି କେନ୍ଦ୍ରର। ଦୀର୍ଘ ୮ ବର୍ଷ ହେବ ଚାଳ ଛପର ଘରେ ଚାଲିଛି ଏହି ଅଙ୍ଗନବା଼ଡି କେନ୍ଦ୍ର। ଖାଲି ଏହି ଗୋଟିଏ କେନ୍ଦ୍ରର ନୁହଁ ଜିଲ୍ଲାର ପ୍ରାୟ ସବୁ ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା। ଏଭଳିି କିଛି ଭଙ୍ଗା ସ୍କୁଲ ଘରରେ ଚାଲିଚି ତ ଆଉ କେଉଁଛି ଭଡା ଘରେ ପୁଣି ଆଉ କେଉଁଠି ଗୋଟିଏ ସ୍ଥାନରେ ଚାଲିଛି ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର।
ଅସେପଟେ ଏଭଳି ବିପଦସଙ୍କୁଳ ଅଙ୍ଗନବାଡି କେନ୍ଦ୍ରକୁ ନିଜ ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ। ଜିଲ୍ଲାର ମୋଟ୍ ୨୧୪୭ଟି ଅଙ୍ଗନୱାଡି କେନ୍ଦ୍ରରୁ କେବଳ ୯୬୦ଟିର ନିଜସ୍ୱ ଗୃହ ଥିବା ବେଳେ ୧୧୮୭ର ଗୃହ ନାହିଁ। ୭୪୮ଟି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା ବେଳେ ୭୯ଟି ଭଡା ଘରେ, ୩୩୨ଟି କମ୍ୟୁନିଟି ସେଣ୍ଟର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୮ଟି କେନ୍ଦ୍ର ପରିଚାଳିତ ହେଉଛି । ୫୨୪ଟି ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେପଟେ ଜିଲ୍ଲାପାଳ କହିଛନ୍ତି ଅଙ୍ଗନବାଡି କେନ୍ଦ୍ର ଗୁଡିକ ନିର୍ମାଣ ତ୍ୱରାନ୍ୱିତ କରିବା ନେଇ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଖାପାଖି ୨ ରୁ ୩ ମାସ ମଧ୍ୟରେ ଅନେକ କେନ୍ଦ୍ର ଶେଷ ହୋଇଯିବ।
#ଛପର_ଘରେ_ଅଙ୍ଗନୱାଡି
ବିପଦସଙ୍କୁଳ ଘରେ ଅଙ୍ଗନୱାଡି କେନ୍ଦ୍ର, ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ । ଜିଲ୍ଲାର ମୋଟ୍ ୨୧୪୭ଟି ଅଙ୍ଗନୱାଡି କେନ୍ଦ୍ରରୁ କେବଳ ୯୬୦ଟିର ନିଜସ୍ୱ ଗୃହ ଥିବା ବେଳେ ୧୧୮୭ର ନିଜସ୍ୱ ଗୃହ ନାହିଁ ।#Odisha #Angawanwadi pic.twitter.com/Eylpz8QCAT— ଓଟିଭି (@otvkhabar) February 13, 2021