କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି

 ଅବ୍ୟବସ୍ଥାରେ ପାଠ ପଢା

ଭଦ୍ରକ:  ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର।

ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୬ଟି ଅଙ୍ଗଓ୍ୱାଡି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ତେବେ ଏନେଇ ବାରମ୍ବାର ଅଭିଯୋଗ  ପରେ ବି ପ୍ରଶାସନ  କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି ।

କେଉଠି ବାରଣ୍ଡାରେ  ତ କେଉଁଠି ଖୋଲା ଆକାଶ ତଳେ ଚାଲିଛି ପାଠ ପଢା। ଭଦ୍ରକ, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳରେ ଚାଳକୁଡିଆ  ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢ଼ା।  ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର କେତେକ ଅଙ୍ଗନଓ୍ୱାଡିରେ ମଧ୍ୟ ଏମିତି ହେଉଛି ଶିକ୍ଷାଦାନ। ଖୋଲା  ଆକାଶ ତଳେ ବର୍ଷ ବର୍ଷ ଧରି ଅସୁରକ୍ଷିତ ଭାବେ ପିଲାଙ୍କୁ ପାଠ ପଢାଯାଉଛି। ଏଭଳି ଅବସ୍ଥାରେ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ପ୍ରଶାସନର ନଜର ପଡୁନି। ଅନେକଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବର୍ଷ ବର୍ଷ ଧରି ଏଭଳି ସ୍ଥିତିରେ ପିଲାଙ୍କୁ ପାଠ ପଢାଯାଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ପାଇଁ ଯୋଜନା ଏକରକମ ଭେଳିକି ପାଲଟିଥିବା ଅଭିଯୋଗ ହୋଇଛି।  ଅପରପକ୍ଷେ ସିଡିପିଓଙ୍କ ପାଖରୁ ରିପୋର୍ଟ ଅଣାଯାଇ ଖୁବଶୀଘ୍ର ପଦକ୍ଷେପ ନେବା ପାଇଁ କହିଛନ୍ତି ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ।

 

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

୫୦ଟି ଭାଷାରେ ଅନୁବାଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଭାରତର ଏହି ସ୍ଥାନରେ ୧୮ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଏହି ସର୍ଟକର୍ଟ ‘କି’ ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

You might also like