ଭୁବନେଶ୍ୱର: ଫେବୃଆରୀ ପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍ଲାଇନ୍ରେ ରାଜ୍ୟ ସରକାର, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଫେବୃଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ।
ସେହିପରି ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ। ଏସ୍ଓପି ପାଳନ କରି ସିନେମା ହଲ୍, ଥିଏଟର ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲି ପାରିବ। ଏହି ନୂଆ ଗାଇଡ୍ଲାଇନ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ।
କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ମାନି ସତର୍କତାର ସହ ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିପାରିବେ। ଫେବୃଆରୀରେ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ ଶହ ଲୋକଙ୍କୁ ଅନୁମତି ମିଳିପାରିବ। ଇଣ୍ଡୋର ହଲ୍ରେ କ୍ଷମତାର ୫୦ ପ୍ରତିଶତ ସିଟ୍ ପାଇଁ ଅନୁମତି ଦିଆଯିବ।