ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଙ୍ଗନୱାଡି କର୍ମୀ
ପୁରୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଧନୀ ଅଙ୍ଗନବାଡ଼ି କର୍ମୀ । ପୁରୀର ଏଇ ଧନୀ ଅଙ୍ଗନବାଡ଼ି କର୍ମୀ ନାଁ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି।
ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ସଙ୍ଗମ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍, ବାଲି ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ର, ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଛି। ସୂଚନାଥାଉ କି, ପୁରୀ ବାସେଳି ସାହିର ଅକ୍ଷୟଧାନ ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି।
ସୂଚନାଥାଉ କି, ଗତକାଲି ମଧ୍ୟ ଜଣେ ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢାଉ କରିଥିଲା ପୋଳିସ । ବ୍ରହ୍ମପୁରର ଏହି ଅଙ୍ଗନୱାଡି କର୍ମୀଙ୍କର ବ୍ରହ୍ମପୁରରେ ରହିଛି ଗୋଟିଏ ଦୁଇ ମହଲା ଘର, ଗୋଟିଏ ତିନି ମହଲା ଘର। ସେହିପରି ଘରେ ତାଙ୍କର ଏକ ଛତୁଆ ତିଆରି ଫ୍ୟାକ୍ଟ୍ରି ରହିଛି। ଭୁବନେଶ୍ୱରରେ ତାଙ୍କର ଦୁଇଟ ଫ୍ଲାଟ ରହିଛି। ଏକ କାର ମଧ୍ୟ ଭଡରେ ଦିଆଯାଇଛି।
ଅଙ୍ଗନବାଡି କର୍ମୀଙ୍କ ଘରୁଏତେ ଟଙ୍କାର ସମ୍ପତି ବାହାରିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।