ଆନ୍ଧ୍ରପ୍ରଦେଶ ପଥର ଖାଦାନରେ ବିସ୍ଫୋରଣ ଘଟଣା: ଆଜି ପହଞ୍ଚିବ ୩ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ପଥର ଖାଦାନ ବିସ୍ଫୋରଣରେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଓଡ଼ିଶାରେ ପହଞ୍ଚିବ। ସକାଳେ କୁର୍ଣ୍ଣୁଲ୍‌ରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ବାହାରି ସାରିଛି। ସନ୍ଧ୍ୟା ସୁଦ୍ଧା ରମ୍ଭା ଅଞ୍ଚଳରେ ୩ ଶ୍ରମିକଙ୍କ ମୃତଦେହ ପହଞ୍ଚିବ।

ଗତ ଶନିବାର କୁର୍ଣ୍ଣୁଲ୍‌ ପଥର ଖାଦାନରେ ବିସ୍ଫୋରଣ ଘଟି ୧୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ୩ ଜଣ ଓଡ଼ିଆ ଶ୍ରମିକ ଥିଲେ। ସେମାନେ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକ। ମୃତକ ତିନ ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳରେ।

ଭୀମଙ୍କ ଗାଁ ଝାରିଡ଼ି ରାଧାଗୋବିନ୍ଦପୁରର ହୋଇଥିବା ବେଳେ ଦୁର୍ଯ୍ୟୋଧନ ଓ ମନୋରଞ୍ଜନଙ୍କ ଘର ବି.ଟି. ନୂଆଗାଁରେ। ଗୋଟିଏ ଅଞ୍ଚଳର ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଯୋଗୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 

You might also like