ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ ।

ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡିଶା ସରକାର ଅଧିଗ୍ରହଣ କରିବେ । ଜମି ଅଧିଗ୍ରହଣ ବିବାଦ କ୍ଷତିପୂରଣ ଅର୍ଥ, ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ଅର୍ଥ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ବହନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ନିଜର ଆବଶ୍ୟକତା ପାଇଁ ପ୍ରତିବର୍ଷ ଜୁନ୍‌ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ୮ ହଜାର କ୍ୟୁସେକ୍‌ ଜଳ ନେବ । ବ୍ୟାରେଜ ତଳମୁଣ୍ଡରେ ସ୍ଲୁଇସ୍ ଡିସେମ୍ବର ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

 ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ଦୀର୍ଘ ବର୍ଷ ଧରି ଚାଲି ଆସିଛି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ପୂର୍ବରୁ ଏହି ବିବାଦ ନେଇ ଅନେକ ଥର ଶୁଣାଣି ହୋଇଛି । ହେଲେ ସମାଧାନ ହୋଇପାରି ନାହିଁ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ  ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍‌ ଡ. ମୁକୁନ୍ଦକମ୍ ଶର୍ମା ।

Other Stories