ୟୁନିଫର୍ମରେ ନଥିବାରୁ ହଟହଟା ହେଲା ଆନ୍ଧ୍ର ପୁଲିସ୍
ପାରାଦୀପ: ୟୁନିଫର୍ମରେ ନଥିବାରୁ ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍ର ଏକ ଟିମ୍କୁ ହଟହଟା ହେବାକୁ ପଡ଼ିଛି। ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମା ଦେଇଥିଲେ। ତେବେ ପରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସମ୍ପର୍କରେ ଅବଗତ ହୋଇଥିଲେ। ପାରାଦୀପଗଡ଼ରେ ଏହି ଘଟଣା ଘଟିଛି।
ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ ପୁଲିସ୍ର ଏକ ୫ ଜଣିଆ ଟିମ୍। ତେବେ ସାଧା ପୋଷାକ ପିନ୍ଧିଥିବାରୁ ଗ୍ରାମବାସୀ ସେମାନଙ୍କୁ ଜାଣିପାରି ନଥିଲେ ଓ ବିରୋଧ କରିଥିଲେ। ଗାଁ ଲୋକେ ସେମାନଙ୍କୁ ନେଇ ସ୍ଥାନୀୟ ଲକ୍ ଥାନା ପୁଲିସ୍ ଜିମା ଦେଇଥିଲେ।
ତେବେ ୱାରେଣ୍ଟିକୁ ଧରିବାକୁ ଆସି ଏହି ପୁଲିସ୍ମାନେ ଏବେ ନିଜେ ଅଭିଯୁକ୍ତ ବନିଯାଇଛନ୍ତି। ୱାରେଣ୍ଟିର ପରିବାର ଲୋକେ ଲକ୍ ଥାନାରେ ସେମାନଙ୍କ ନାଁରେ ଏତଲା ଦେଇଛନ୍ତି। ଘରର ମହିଳାଙ୍କୁ ସେମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଏହି ପୁଲିସ୍ ଟିମ୍ ୱାରେଣ୍ଟିଙ୍କ ପରିବାର ବିରୋଧରେ ପାଲଟା ଏତଲା ଦେଇଛି।