ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ସ୍ଥଗିତ ଆଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ୮ରେ ଭୋଟ ଗ୍ରହଣ ହୋଇ ୧୦ରେ ଗଣତି ହେବାର ଥିଲା। ୮ରେ ଭୋଟ ହେବାର ଥିଲା ବେଳେ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। ସରକାରୀ ବିଜ୍ଞପ୍ତିକୁ ଚାଲେଂଜ କରି ବିରୋଧୀ ଟିଡିପି, ବିଜେପି
ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ଆଦେଶ କୋର୍ଟ ଦେଇଛନ୍ତି। ଆନ୍ଧ୍ରରେ ନିର୍ବାଚନ ସ୍ଥଗିତ ହୋଇଥିବାରୁ କୋଟିଆ ନିର୍ବାଚନ ବି ବନ୍ଦ ହୋଇଛି।
ଆଗରୁ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇତିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଥିଲେ। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଛି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଥିଲା। ସୁପ୍ରିମ୍କୋର୍ଟରେ କୋଟିଆ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଶୁଣାଣି କରିଥିଲେ। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍କୋର୍ଟ ଦେଇଥିଲେ। ପରେ ଓଡିଶା ସରକାର ତାଙ୍କ ପକ୍ଷ ରଖିଥିଲେ।