କୋଟିଆ ପରେ ଏବେ ମାଲାକାନଗିରି ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର

ମାଲକାନଗିରି: ରାଜ୍ୟ ସରକାରଙ୍କ ଅବହେଳାରୁ ପୁଣି ଥରେ ଓଡ଼ିଶା ସୀମା ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର। କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ସୀମାରେ ଥିବା କିଛି ପଞ୍ଚାୟତ ଉପରେ ଆନ୍ଧ୍ର ସରକାରଙ୍କ ନଜର ରହିଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଆନ୍ଧ୍ର ପ୍ରଦେଶ ସୀମାରେ ଥିବା କିଛି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକ ଗାଡ଼ି ଦ୍ୱାରା ଆନ୍ଧ୍ରପ୍ରଦେଶ ନିଆଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି।  ଏମିତି କି, ଗାଁ ଗାଁ ବୁଲି ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା ମଧ୍ୟ କରାଯାଉଛି। ରାଜ୍ୟ ସରକାର ସୀମାନ୍ତ ଲୋକଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବାରୁ ବାଧ୍ୟ ହୋଇ ସ୍ଥାନୀୟ ଲୋକ ଆନ୍ଧ୍ର ସରକାରଙ୍କ ଶରଣ ପଶୁଛନ୍ତି।

ଫଳରେ ଆନ୍ଧ୍ରପ୍ରଦେଶ ଚିକିତ୍ସା ଆଳ ଦେଖାଇ ସୀମାକୁ କବ୍‌ଜା କରିବା ଲକ୍ଷ୍ୟ ରଖିଛି।

You might also like