ଖୁବଶୀଘ୍ର ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ହେବ-ରାଜସ୍ୱ ମନ୍ତ୍ରୀ

ଭବନେଶ୍ୱର: କୋରାପୁଟର ସମ୍ବାଇ ପଞ୍ଚାୟତର ସୀମା ଭିତରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ପରେ  ଦୁଇ ରାଜ୍ୟ ମଧ୍ୟରେ ସୀମାବିବାଦ ତେଜିଛି । ଏହି ବିବାଦ ପ୍ରସଙ୍ଗରେ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ରାଜ୍ୟର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ତେବେ ଉଭୟ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଗୁଗୁଲ ମ୍ୟାପରେ ଆନ୍ଧ୍ରର  ସୂଚନା ଆସୁଥିବାରୁ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସରକାର ଏପ୍ରସଙ୍ଗରେ ସର୍ବଦଳୀୟ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

କଂଗ୍ରେସ କହିଛି ରାଜ୍ୟ ଓ କେନ୍ଦ୍ର ମିଶି ଏହି ସମସ୍ୟାର ସମାଧାନ କରନ୍ତୁ । ନ ହେଲେ କୋରାପୁଟବାସୀ ବରଦାସ୍ତ କରିବେ ନାହିଁ।

You might also like