• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ(ଟି. ଗୌରୀଶଙ୍କର): ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି। ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ। ଏମିତି ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡି ରହିଛି ଶହ ଶହ ବର୍ଷର ପ୍ରାଚୀନ  ମନ୍ଦିର। ପ୍ରଶାସନର ଅବହେଳା ହେତୁ ନଷ୍ଟ ହେବାକୁ ବସିଛି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା କୋରାପୁଟ ଜିଲ୍ଲାର ଅନେକ ପୁରୁଣା ମନ୍ଦିର।

ସବୁଜ ବନାନୀ ଭିତରେ ଭଗବାନ୍ ନାରାୟଣଙ୍କ ମନ୍ଦିର।  ଏଠାରେ ସ୍ଥାନୀୟ ଲୋକେ ଭଗବାନ ନାରାୟଣଙ୍କୁ ପୂଜା କରନ୍ତି। ପ୍ରତ୍ୟେକ ଦିନ ଏଠାରେ ଶହ ଶହ ଭକ୍ତଙ୍କ ଭିଡ ଜମିଥାଏ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଫୁଫୁଗାଁର ଜଙ୍ଗଲ ମଧ୍ୟରେ ଅବସ୍ଥିତ ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି। ସେହିପରି ଫୁଫୁଗାଁଠାରୁ ମାତ୍ର ୫ କିଲୋମିଟର ଦୂର ଗୋରାହାଣ୍ଡି ଜଙ୍ଗଲ ମଧ୍ୟରେ ଥିବା ଆଉ ଏକ ମନ୍ଦିରରେ ନୃସିଂହ ମହାପ୍ରଭୂଙ୍କୁ ପୂଜା ପଆନ୍ତି। ହେଲେ ପ୍ରଶାସନର ନଜର ଆଢ଼ୁଆଳରେ ଥିବା ଏ ମନ୍ଦିରଟି ମଧ୍ୟ ଭାଙ୍ଗିରୁଜି ଗଲାଣି।

ଅନ୍ୟପଟେ କୁନ୍ଦୁରାରେ ଥିବା ଏହି ପ୍ରାଚୀନ କୀର୍ତ୍ତିରାଜି ସଂପର୍କରେ ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ଏ ଯାଏ କୌଣସି ପଦକ୍ଷେପ ନିଆଯାଇନି। ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଏହିସବୁ ମନ୍ଦିରରେ ଜୈନ ଧର୍ମାବଲମ୍ବୀମାନେ ଆରାଧନା କରୁଥିଲେ ବୋଲି ସଂସ୍କୃତି ଗବେଷକମାନେ ମତ ଦିଅନ୍ତି। ତେବେ ମନ୍ଦିର ଦୁଇଟିର ଅନୁଧ୍ୟାନ ପରେ ରକ୍ଷଣାବେକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।

Ancient-narayan-temple-in-koraput-in-dilapidated-stat
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories