• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରହ୍ମଗିରି: ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କର ଅଣସର ଦର୍ଶନ ଆରମ୍ଭ ହୋଇଛି। ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀଜିଉଙ୍କ ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି।

ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି ବଳଦେବଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟିଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହାସହ ଦୋଳଗୋବିନ୍ଦ, ନୃସିଂହ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣଙ୍କ ମୂର୍ତ୍ତି ପରି ଦଶ ଅବତାରଙ୍କ ପୂଜାର୍ଚ୍ଚନା ଅଲାରନାଥ ପୀଠରେ କରାଯାଉଛି।ତେଣୁ ଆଜିଠାରୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଏଠାରେ ଅନୁଷ୍ଠିତ ହେବ।

ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।

ଶ୍ରୀଜିଉ ଜ୍ୱରରେ ପୀଡ଼ିତ ହୋଇଥିବାରୁ ତାଙ୍କୁ ଭଲ କରିବା ଲାଗି ଅଙ୍ଗସେବକମାନେ ସେବାରେ ଲାଗିଛନ୍ତି।

https://youtu.be/cWpmS5Ln0Y0

Anasara-darshan-of-lord-jagannath-begins-at-alarnath-shrine-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories