ଲାଉତୁମ୍ବାରେ ନଦୀ ପାର ହେଉଥିବା ଦେଖି ଅଙ୍ଗନୱାଡ଼ି କର୍ମୀଙ୍କୁ ମୋଟର ବୋଟ୍ ଦେବାକୁ କହିଲେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ। ଏ ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି କମ୍ପାନୀର ପ୍ରମୋଟର ଆନନ୍ଦ ମହିନ୍ଦ୍ରା।

ଏହି ଅଞ୍ଚଳର ଏକ ନଈ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ନଈରେ ପୋଲ ନ ଥିବାରୁ ସେମାନଙ୍କର ଏକମାତ୍ର ଭରସା ହେଲା ଲାଉ ତୁମ୍ବା। ଜୀବନକୁ ବାଜି ଲଗାଇ ଲାଉ ତୁମ୍ବା ଜରିଆରେ ସେମାନେ ନଈ ପାରି ହୁଅନ୍ତି।

Anand Mahindra Offers Boat To Odisha Anganwadi Workers In Malkangiri

ଏହି ଅଞ୍ଚଳର ଦୁଇ ଅଙ୍ଗନୱାଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ମଧ୍ୟ ଲାଉ ତୁମ୍ବା ଜରିଆରେ ନଈ ପାର ହୋଇ ଆରପଟରେ ଥିବା ଗାଁ ସୁଆପାଲି ଓ ନେରୁଡ଼ିକୁ ଯାଇଥାନ୍ତି। କିଛି ଦିନ ତଳେ ଏହାର ଭିଜୁଆଲ ଭାଇରାଲ ହୋଇଥିଲା  ସେହି ଭିଜୁଆଲ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ଏକ ବୋଟ୍ ଦେବାକୁ ଘୋଷଣା କରିଛନ୍ତି।

You might also like