ଚେନ୍ ପୁଲ୍ କରି ଟ୍ରେନରୁ ଛୁ ମାରିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ। ଗଂଜାମ ଛତ୍ରପୁର ନିକଟରେ ଟ୍ରେନର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ। ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହାପରେ ପୋଲିସ ଓ ଆରପିଏଫ ଟିମ ପହଞ୍ଚି ୬୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଛତ୍ରପୁରର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିଛି।ଆଉ କିଛି ଲୋକ ଫେରାର ହୋଇଯାଇଥିବା ଜଣାପଡିଛି।

ସେହିଭଳି ଟ୍ରେନକୁ ସିଗନାଲ ନମିଳିବାରୁ ଖଲ୍ଲିକୋଟ କାଳିଜାଇ ଷ୍ଟେସନ ନିକଟରେ ଟ୍ରେନ ରହିବା ପରେ ଆଉ କିଛି ପ୍ରବାସୀ ଓଡ଼ିଆ ଓହ୍ଲାଇ ପଡିଥିଲେ। ଖବର ପାଇ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ଶ୍ରମିକଙ୍କୁ ଧରି ସେମାନଙ୍କ ଅଂଚଳକୁ ପଠାଇଥିବା ଜଣାପଡିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନଟି ହାଇଦ୍ରାବାଦ ନାମପଲ୍ଲି ଷ୍ଟେସନରୁ ଖୋର୍ଦ୍ଧାକୁ ଆସୁଥିଲା। ଏପରି ଘଟଣା ମଧ୍ୟ ଆଗରୁ ଘଟିଛି।

ସେହିଭଳି ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି।  ତେବେ ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଥିଲେବି ଅନେକ ବିନା ସୂଚନାରେ ଆସୁଥିବାରୁ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି।

You might also like