କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ

ଘାଇକୁ ନେଇ ଆରମ୍ଭ ହେଲା ତଦନ୍ତ

ଯାଜପୁର:(ଗୁଲାମ ଗସ୍) ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିିଛି ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିପରି ଘାଇକୁ ଭଙ୍ଗା ଯାଇଛି ? ନିମ୍ନମାନର କାମ ପାଇଁ ରାସ୍ତା ଧୋଇଯାଇଥିଲା ନା ନାହିଁ ? ଦୁର୍ନୀତିକୁ ଲୁଚାଇବା ପାଇଁ ରାସ୍ତା ନଷ୍ଟ କରାଯାଇଥିଲା କି ନାହିଁ ? ଏଥିରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ? ଏହାପଛର ପୁରା କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ଘଟଣାର ତଦନ୍ତ କରିବା ସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ କେଲୁଅ ନଦୀବନ୍ଧକୁ ଡିନାମାଇଟ୍ ଲଗାଇ ଉଡାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିଲା ତମ୍ବିତୋଫାନ୍। ଏପରିକି ତତ୍କାଳୀନ ମୁଖ୍ୟ ଶାସନ ସଚିବ ମଧ୍ୟ ଏହାକୁ ମନୁଷ୍ୟକୃତ ବୋଲି କହିଥିଲେ। ହେଲେ ଅଦ୍ୟାବଧି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଲୋକାୟୁକ୍ତ ୬ ଜଣଙ୍କୁ ନୋଟିସ୍ କରିଥିଲେ। ବିଧାୟକ ପ୍ରଣବ ବଳବନ୍ତରାୟ, ଯନ୍ତ୍ରୀ ନରେନ୍ ଜେନାଙ୍କ ସମେତ ୬ ଜଣଙ୍କୁ ଗତ ଅକ୍ଟୋବର ମାସରେ ନୋଟିସ୍ ଜାରି କରିଥିଲେ ଲୋକାୟୁକ୍ତ ।

ଯାଜପୁର କେଲୁଅ ନଦୀବନ୍ଧ ରାସ୍ତାରେ ମନୁଷ୍ୟକୃତ ଘାଇ ମାମଲାରେ ଭିଜିଲାନ୍ସ ତଦନ୍ତ କରିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ଏହାସହ ୨ ମାସ ମଧ୍ୟରେ ତଦନ୍ତ ସାରି  ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

ଭିଜିଲାନ୍ସ SP କିମ୍ବା ASP ରାଙ୍କର ଅଧିକାରୀ ଘାଇ ଭଙ୍ଗା ଘଟଣାର ତଦନ୍ତ କରିବାକୁ ଲୋକାୟୁକ୍ତ କହିଥିଲେ । ନିମ୍ନମାନର କାମ ପାଇଁ ରାସ୍ତା ଧୋଇଯାଇଥିଲା ନା ନାହିଁ ? ଦୁର୍ନୀତିକୁ ଲୁଚାଇବା ପାଇଁ ରାସ୍ତା ନଷ୍ଟ କରାଯାଇଥିଲା କି ନାହିଁ ? ଏଥିରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ? ଏହି ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରି ୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ କହିଥିଲେ। ସିଲ୍ କଭର ଭିତରେ ଏ ସଂକ୍ରାନ୍ତ ସମସ୍ତ ଦସ୍ତାବିଜକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବା ପାଇଁ ନିଜର ସଚିବଙ୍କୁ ଲୋକାୟୁକ୍ତ ମଧ୍ୟ କହିଥିଲେ।

You might also like