କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ ଥିବା ବୁଦା ମୂଳରୁ ସ୍ଥାନୀୟ ଲୋକେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ଅଟକି ଯାଇଥିଲେ। ଏହାପରେ ଖୋଜାଖୋଜି କରି ନିକଟସ୍ଥ ଏକ ବୁଦା ମୂଳରୁ ଶିଶୁଟିକୁ ଉଦ୍ଧାର କରିଥିଲେ।
ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଚାଇଲ୍ଡ ଲାଇନ୍ କର୍ମଚାରୀ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଛୁଆଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡ଼ି ଚାଲିଗଲେ ସେନେଇ ଏବେ ପ୍ରଶ୍ନ ଉଠିଛି।