ପେସାରେ ଇଞ୍ଜିନିଅର, ହେଲେ ନିଶା ସାମାଜିକ ଉଦ୍ଭାବନ

ଆତ୍ମନିର୍ଭର ଭାରତ ପାଇଁ ଜାରି ରଖିଛନ୍ତି ଉଦ୍ୟମ

ବାଲେଶ୍ୱର: ଆତ୍ମନିର୍ଭର ଭାରତ ପାଇଁ ଜାରି ରଖିଛନ୍ତି ଉଦ୍ୟମ। ୩୦ ବର୍ଷରୁ ଅଧିକ ସମୟ ଧରି ତିଆରି କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଯୁଗୋପଯୋଗୀ ଯନ୍ତ୍ରାଂଶ। ପେସାରେ ଇଞ୍ଜିନିଅର୍, ହେଲେ ବି ଲୋକେ କିଭଳି ଚାକିରି ପାଇଁ ବାହାରକୁ ନଯାଇ ଘରେ ନିଜର ବୁଦ୍ଧି ଓ କୌଶଳ ଖଟାଇ ସ୍ୱାବଲମ୍ବୀ ହୁଅନ୍ତୁ, କିଛି ଏଭଳି ମହତ୍ ଲକ୍ଷ୍ୟ ରଖିଛନ୍ତି ବାଲେଶ୍ୱରର ମିହିର ପଣ୍ଡା ଏଥିପାଇଁ ତାଙ୍କୁ ଲିମ୍କା ରେକର୍ଡସରେ ସ୍ଥାନ ମିଳିଛି।

ପେସାରେ ଇଞ୍ଜିନିଅର, ହେଲେ ନିଶା ସାମାଜିକ ଉଦ୍ଭାବନ। ଆତ୍ମନିର୍ଭର ଭାରତ ପାଇଁ ଦୀର୍ଘ ୩୦ ବର୍ଷ ଧରି ନିଜର ନିଷ୍ଠା ଓ ପ୍ରଚେଷ୍ଟା ଜାରି ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ଇଚ୍ଛାପୁର ଗାଁର ଡଃ ମିହିର କୁମାର ପଣ୍ଡା। ଛାତ୍ରଛାତ୍ରୀ, ଚାଷୀ, ଗୃହିଣୀ, ଦିବ୍ୟାଙ୍ଗ ଏଭଳି ସବୁ ବର୍ଗର ଲୋକଙ୍କ ପାଇଁ ତିଆରି କରିଚାଲିଛନ୍ତି ବିଭିନ୍ନ ରକମର ଯନ୍ତ୍ରାଂଶ। ବିଦ୍ୟୁତ୍ ଚାଳିତ କଲିଂ ବେଲଠାରୁ ଆରମ୍ଭ କରି ଔଷଧ ସ୍ପ୍ରେ ମେସିନ୍, ମସଲା ବଟା ମେସିନ୍, ନଡିଆ କତା ଛଡ଼ାଇବା ମେସିନ୍, ସୌର ଜଗତରୁ ବିଦ୍ୟୁତ୍ ସଂଗ୍ରହ କରି କୃଷି ପାଇଁ ପାଣି ମଡ଼ାଇବା ପରି ବିଭିନ୍ନ ପ୍ରକାରର ୧୦ ହଜାରରୁ ଅଧିକ ସାମାଜିକ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ଲିମ୍କା ବୁକ୍ ଅଫ ରେକର୍ଡସରେ ମଧ୍ୟ ସ୍ଥାନ ମିଳିଛି।

ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା, ସେବେଠୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ଉଦ୍ୟମ ଚଳାଇଛନ୍ତି। ଇନୋଭେଟର ମିହିର ପଣ୍ଡାଙ୍କ ଲକ୍ଷ୍ୟ, ଲୋକେ ଚାକିରି ପାଇଁ ବାହାରକୁ ନଯାଇ କିପରି ଆତ୍ମନିର୍ଭର ହେବେ। ଏଭଳି ମହତ୍ ଲକ୍ଷ୍ୟ ନେଇ ଚେଷ୍ଟା ଚଳାଇଛନ୍ତି ମିହିର।

You might also like