କଟକ ସିଡିଏରେ ହାତୀ

କଟକ: କଟକ ସିଡିଏରେ ହାତୀ। ଆଜି ସକାଳୁ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖିବାକୁ ମିଳିଛି।

ହାତୀକୁ ଘଉଡାଇବାକୁ ପୁଲିସ୍‌ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେପଟେ ହାତୀକୁ ଭୟଭୀତ ନ କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି।

ଏଥିସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ, ଏହି ଅଞ୍ଚଳରେ ହାତୀ ବୁଲୁଥିବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି।

You might also like