ଖୋର୍ଦ୍ଧା ହାତୀ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ବେଳେ ବାହାରିଲା ହାତୀଛୁଆ

ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡାଠାରେ ଗତକାଲି ମୃତ୍ୟୁବରଣ କରିଥିବା ହାତୀଟି ଗର୍ଭବତୀ ଥିବା ବ୍ୟବଛେଦ ବେଳେ ଜଣାପଡିଛି। ତା ପେଟରୁ ଏକ ମୃତ  ହାତୀ ଛୁଆ ବାହାରିଛି।  ଆଉ ଅଳ୍ପ ଦିନ ପରେ ସେ ଏହି ଛୁଆଟିକୁ ପ୍ରସବ କରାଇଥାନ୍ତା ବୋଲି ବ୍ୟବଛେଦ କରିଥିବା OUATର ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି।

ହାତୀର ବ୍ୟବଛେଦ ଶେଷ ହୋଇଛି ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ବ୍ୟବଛେଦ ପରେ ମୃତ ହାତୀ ଏବଂ ଛୁଆକୁ କେତକୀଝର ନର୍ସରୀରେ ପୋତି ଦିଆଯାଇଥିଲା।

ଗତକାଲି ମଳିପଡାଠାରେ ଏଇ ମାଇ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ନିକଟରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଥିବାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

You might also like