ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ବାଇଶି ପାହାଚର ଅବସ୍ଥା ଓ ସ୍ଥିତିକୁ ଅନୁଧ୍ୟାନ କରିଛି ଏଏସ୍ଆଇର ଏକ ଟିମ୍।

ଆବଶ୍ୟକ ପଡ଼ିଲେ ଦୁର୍ବଳ ଓ ବହୁ ପୁରୁଣା ପଥର ହଟାଯାଇ ନୂଆ ପଥର ଯୋଡ଼ା ଯିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏନେଇ ଆଜି ବାଇଶି ପାହାଚର ମାପଚୁପ୍ କରାଯାଇଛି। ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ବି ଯାଞ୍ଚ ହୋଇଛି।

ଆଜିର ଅନୁଧ୍ୟାନ ପରେ ଏଏସ୍ଆଇ ଟିମ୍ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବ।

You might also like