ସମ୍ବିଧାନ ବଞ୍ଚାଅ କମିଟିର ଭାରତ ବନ୍ଦ ଡାକରା

ମାଲକାନଗିରି( ଜିତେନ୍ଦ୍ର ବେଉରା): ସମ୍ବିଧାନ ବଞ୍ଚାଅ ଆହ୍ୱାନରେ ସମ୍ବିଧାନ ସୁରକ୍ଷା କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି।

ମଞ୍ଚର ଡାକରାକୁ ସମର୍ଥନ କରି ମାଲକାନଗିରିରେ ବନ୍ଦ ପାଳନ ହୋଇଛି। ଫଳରେ ଜିଲ୍ଲାରେ ଜନଜୀବନ ଠପ୍ ହୋଇଛି। ସେହିପରି ନବରଙ୍ଗପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଦୋକାନ ବଜାର ମଧ୍ୟ ବନ୍ଦ ଅଛି।

You might also like