‘ପୁଅ ମୃତ୍ୟୁରେ ବଡ଼ ବଡ଼ ନେତାଙ୍କ ଲିଙ୍କ୍‌ ରହିଛି’

ଭୁବନେଶ୍ୱର: ବିଧାନସଭା ଆଗରେ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର। ପୁଅ ମୃତ୍ୟୁରେ ବଡ଼ ବଡ଼ ନେତାଙ୍କ ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି।

କୁଜଙ୍ଗରେ ପ୍ରେସମିଟ୍ କରି ସଙ୍ଗୀନ ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୁଅ ମୃତ୍ୟୁରେ ବଡ଼ ବଡ଼ ନେତାଙ୍କ ହାତ ରହିଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଚାପରେ ଏସ୍ପି ତଦନ୍ତ ନ କରି ଭୁଲ୍ କଥା କହୁଛନ୍ତି। ପୁଅକୁ ନ୍ୟାୟ ଦେବାକୁ ସବୁ ମନ୍ତ୍ରୀଙ୍କ ପାଖକୁ ଯାଇଥିଲୁ, କେହି ଶୁଣିଲେନି ବୋଲି ସେ କହିଛନ୍ତି।

ଆତ୍ମାହୁତି ଉଦ୍ୟମ ପୂର୍ବରୁ ଦିବ୍ୟଶଙ୍କରଙ୍କୁ ମାଆ, ପୁଅ ଭେଟିଥିଲୁ। କିନ୍ତୁ ମନ୍ତ୍ରୀ କହିଲେ, ଏସବୁ କଥା ପାଇଁ ସମୟ ନାହିଁ, ଯାହା କରିବା କଥା କର।

ସେଠାରୁ ନିରାଶ ହୋଇ ଫେରିବା ପରେ ଆତ୍ମାହୁତି ଉଦ୍ୟମ କରିଥିଲୁ। ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କ୍ରାଇମବ୍ରାଞ୍ଚ ସମସ୍ତଙ୍କୁ ଗୁହାରି କରିଛୁ। ଯଦି ପୁଅକୁ ନ୍ୟାୟ ନମିଳେ ଆତ୍ମାହୁତି ଦେବୁ ବୋଲି ପରିବାର ଲୋକେ କହିଛନ୍ତି। ତେବେ ଅଭିଯୋଗ ସଂପର୍କରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like