‘ଅମିତ ଶାହଙ୍କୁ ଗିରଫ କର’

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି।

ସେପଟେ ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ ଆହୁରି ୫ ବର୍ଷ ଲାଗିବ ବୋଲି କହି କଟାକ୍ଷ କରିଛି ବିଜେପି। ଆଉ ବିଜେଡି କହିଛି, ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଦଳୀୟ କାର୍ଯ୍ୟକ୍ରମ କଲେ ଆମର କିଛି କହିବାର ନାହିଁ।

ଆସନ୍ତାକାଲି ଅପରାହ୍ନରେ ହେବାକୁ ଥିବା ଏହି ଡିଜିଟାଲ ରାଲିରେ ୩୭ ହଜାର ବୁଥ୍‌କୁ ଯୋଡିବାକୁ ଉଦ୍ୟମ କରିବ ବିଜେପି। ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅମିତ୍ ଶାହା ରହିବେ। ଆତ୍ମନିର୍ଭର ସମ୍ପର୍କରେ ଅମିତ୍ ଶାହ କହିବେ ଏବଂ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଓ ଅନୁଦାନ ବିଷୟରେ ମଧ୍ୟ କହିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like