• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି। ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ନବୀନ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆକ୍ରମଣ ପରେ ଅମିତ୍ ମଧ୍ୟ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିବେ ବୋଲି ଚର୍ଚ୍ଚା ହେଉଛି।

ଶାହା ଆସିବା ନେଇ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରରୁ ପୁରୀ ଯାଏ ପୋଷ୍ଟର୍‌ ଓ ବ୍ୟାନର୍ ଛାଇ ଗଲାଣି। ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟମାନେ ବି ପୁରୀରେ ପହଞ୍ଚିବାରେ ଲାଗିଛନ୍ତି। ତେବେ କାର୍ଯ୍ୟକାରିଣୀ ପୂର୍ବରୁ ଆଜି ପୁରୀରେ ରାଲି ହୋଇଛି।

ଶାହଙ୍କ ଏହି ଗସ୍ତରେ ଫୋକସ୍‌ରେ ରହିବ ମହିଳା ଭୋଟ୍। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହା ମନ୍ତ୍ର ଫୁଙ୍କିବେ।

ତେବେ ଶାହାଙ୍କ ଗସ୍ତ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହାତ୍‌କର୍‌ ନବୀନ ସରକାରକୁ ମହିଳା ବିରୋଧୀ କହି ଶାସକ ଦଳ ଉପରେ ବର୍ଷିଛନ୍ତି। ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବିଜେଡି ମଧ୍ୟ ଏସବୁ ଅଭିଯୋଗର କଡ଼ା ଜବାବ ରଖିଛି। ତା’ସହ ଆସନ୍ତାକାଲିଠାରୁ ବିଜୁ ମହିଳା ଜନତା ଦଳ ସବୁ ନିର୍ବାଚନ ମଣ୍ଡଳୀରେ ସମାବେଶ କରି କେନ୍ଦ୍ର ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଇବ ବୋଲି ପ୍ରସ୍ତୁତ ହୋଇଛି।

ବିଜେଡି ଓ ବିଜେପି ଭଳି କଂଗ୍ରେସ୍‌ ନଜର ବି ମହିଳା ଭୋଟ୍ ବ୍ୟାଙ୍କ ଉପରେ ରହିଛି। ସେଥିପାଇଁ ମହିଳା କଂଗ୍ରେସ୍ ମଧ୍ୟ ଆସନ୍ତା ୨୬ କିମ୍ବା ୨୭ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ବିରୋଧରେ ଆକ୍ରୋଶ ସମାବେଶ ଆରମ୍ଭ କରିବ। ପ୍ରତି ଜିଲ୍ଲାରେ ଏହି ସମାବେଶ କରିବାକୁ କଂଗ୍ରେସ ସଜବାଜ ହେଉଛି।

ତେବେ ଶାହା ପୂର୍ବରୁ ଯେଉଁ ଟାସ୍କ ଦେଇଥିଲେ ସେ ସଂପର୍କରେ ଆସନ୍ତାକାଲିର ଗସ୍ତ ବେଳେ ସମୀକ୍ଷା କରିପାରନ୍ତି। ତେବେ ଦୁଇ ହେଭିୱେଟ୍ ନେତାଙ୍କ ଗସ୍ତରୁ ବିଜେପି କେତେ ଫଇଦା ପାଉଛି ତା ଉପରେ ନଜର ରହିଛି।

 

Amit-shah-will-come-to-odisha-tomorrow
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories