ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ।

ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଉ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେହିପରି ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଆସି ବଡ଼ମ୍ବା ଓ ଢେଙ୍କାନାଳ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିପାରନ୍ତି। ମୋଦି ସମ୍ବଲପୁର ଓ ଭୁବନେଶ୍ୱରରେ ସାଧାରଣ ସଭାକୁ ସମ୍ବୋଧନ କରିବେ।

You might also like