ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଫା କରିଥିଲେ। ଶ୍ରୀ ଶାହଙ୍କ ସମେତ ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା ମଧ୍ୟ ଝାଡୁ ମାରିଥିଲେ।
ଦେଶବ୍ୟାପୀ ଏହି ସେବା ସପ୍ତାହ ପାଳନ କରଯାଉ ଥିବାବେଳେ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ସହ ଔଷଧ ବଣ୍ଟନ କରାଯିବ।