ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ?

ଭୁବନେଶ୍ୱର: ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ? ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କ ଶାସନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରଶଂସା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅମିତ ଶାହ ପ୍ରଶଂସା କରିଛନ୍ତି। ଗତକାଲି କୋଲକାତାରେ ତାଙ୍କ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶାହ ଭର୍ତ୍ସନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅମିତ ଶାହ ପ୍ରଶଂସା କରିଛନ୍ତି।

ପଶ୍ଚିମବଙ୍ଗରେ ଟିଏମ୍‌ସି ଶାସନ ଚାଲିଥିବାବେଳେ କାହିଁକି ଏଭଳି ହିଂସାକାଣ୍ଡ ହେଉଛି ବୋଲି ଶାହ ପ୍ରଶ୍ନ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ସରକାର ଚାଲିଛି ହେଲେ କୌଣସି ରାଜ୍ୟରେ ଏଭଳି ହିଂସାକାଣ୍ଡ ହେଉନି।

ଓଡ଼ିଶାରେ ତ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ହେଲେ ସେଠାରେ କାହିଁ ଏପରି ହିଂସାକାଣ୍ଡ ହେଉନି ବୋଲି ଅମିତ ଶାହ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ  ନିର୍ବାଚନ ପ୍ରଚାର ବେଳେ ନବୀନଙ୍କ ପ୍ରତି ଶାହଙ୍କ ସ୍ୱର ଶାଣିତ ଥିଲା । ସେଠାରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଥିବା ସିଧାସଳଖ ଅଭିଯୋଗ କରିଥିଲେ ଶାହ ।

ତେବେ ଶାହଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like