• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କଟକ: ଆଜି କଟକରେ ଦୁଇ ବିରୋଧି ଦଳର ହେଭିୱେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ। ଗତ କାଲି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋ’ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଜି କଟକରେ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସନ୍ଧ୍ୟାରେ ଅମିତ୍‌ ଶାହ କଟକ ବକ୍ସିବଜାରରୁ ରୋଡ୍ ଶୋ’ ରେ ବାହାରିବେ। ପରେ ତିନିକୋଣିଆ ବଗିଚା, ବାଲୁ ବଜାର ଓ ଶେକ୍ ବଜାର ଆଦି ଅଞ୍ଚଳରେ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ।

ଶାହଙ୍କ ଗସ୍ତକୁ ନେଇ ଦଳ ବେଶ୍ ଉତ୍ସାହିତ ଥିବା ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ କହିଛନ୍ତି। କଟକ ପୂର୍ବରୁ ଅମିତ୍ ଶାହ ଆଜି ଢେଙ୍କାନାଳ ଓ ବଡ଼ମ୍ବାରେ ବିଜୟ ସଂକଳ୍ପ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଢେଙ୍କାନାଳ ସହର ଉପକଣ୍ଠରେ ଥିବା ମହିଷା ପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଏଥି ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଛି।

ଅନ୍ୟପଟେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଟକରେ ରୋଡ୍‌ ଶୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ କଟକରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବ।

ଅନ୍ୟପଟେ କଂଗ୍ରେସ ତରଫରୁ କୌଣସି ହେଭିୱେଟ୍ ଯୋଗ ଦେଉନଥିବାବେଳେ, ଦଳ ସହ ସାଧାରଣ ଜନତା ଅଛନ୍ତି ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍ କହିଛନ୍ତି।

Amit-shah-holds-roadshow-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories