ମୟୂରଭଂଜ ମୋରଡ଼ାରେ ନବୀନଙ୍କୁ ଶାହଙ୍କ କଡ଼ା ସମାଲୋଚନା

ବାରିପଦା: ମୟୂରଭଂଜ ମୋରଡ଼ାରେ ତୀବ୍ର ଭାବେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ନବୀନଙ୍କ ଉପରେ ବର୍ଷିଛନ୍ତି ଶାହା।

ସେ କହିଛନ୍ତି, ‘ସାରା ଭାରତରେ ମୋଦି ନାରା ଶୁଭୁଛି। ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ ନେଇସାରିଛି। ମୋଦି ଲହର ଦେଖି ଏଠାରେ ଶାସନ ଚଳାଉଥିବା ବାବୁଙ୍କ ନିଦ ଉଡ଼ିଗଲାଣି। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବା ଦରକାର। ଓଡ଼ିଆ ଭାଷା ଜାଣିନଥିବା, କହୁନଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ। ଦେଶର ୫୦ କୋଟି ଗରିବଙ୍କ ପାଇଁ ମୋଦି ଆୟୁଷ୍ମାନ ଭାରତ କରିଥିବାବେଳେ ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରୁନାହାନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ।’

ଶାହ ଆହୁରି କହିଛନ୍ତି, ‘ଚିଟଫଣ୍ଡରେ ଗରିବଙ୍କ ହଜାରେ କୋଟି ଟଙ୍କା ବିଜେଡି ନେତା ଖାଇଗଲେ। ବିଜେପି ସରକାର ଆସିଲେ ୯୦ ଦିନରେ ସେମାନଙ୍କୁ ଜେଲ ପଠାଇବୁ। ହଜାର ହଜାର କୋଟିର ଖଣିଜ ସଂପଦ ବିଜେଡି ସରକାରର ବାବୁ ଖାଇଗଲେ। ବିଜେପି ଆସିଲେ ଗରିବଙ୍କ ପଇସା ଖାଇଥିବା ଲୋକଙ୍କୁ ଓଲଟା ଲଟକାଯିବ। ନବୀନ ବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରିଛନ୍ତି। ବିଜେପିର ୨୦ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଗଲାଣି। ନବୀନଙ୍କୁ ଆହ୍ୱାନ କରୁଛି, ଓଡ଼ିଶାରେ ହିଂସାକାରୀଙ୍କ ସ୍ଥାନ ନାହିଁ। ବାବୁମାନଙ୍କୁ କହୁଛି, ଓଡ଼ିଶାରେ ବିଜେପି ସରକାର ଆସୁଛି। ଆପଣମାନଙ୍କୁ ପ୍ରତି ପଇସାର ହିସାବ ଦେବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଆସିଲେ କେଜିରୁ ପିଜି ପର୍ଯ୍ୟନ୍ତ ସବୁ ଶିକ୍ଷା ମାଗଣାରେ ମିଳିବ। ପ୍ରତ୍ୟେକ ଘରୁ ଜଣକୁ ନିଯୁକ୍ତି ଦିଆଯିବ। ୧ ବର୍ଷ ମଧ୍ୟରେ ସବୁ ଆଦିବାସୀଙ୍କୁ ଜମି ପଟା ଦିଆଯିବ। ଏହା ବ୍ୟତୀତ ସମସ୍ତ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ ଓ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସଂପୂର୍ଣ୍ଣ ଛାଡ଼ କରାଯିବ ବୋଲି କହିଛନ୍ତି ଅମିତ ଶାହ।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like