ଅାରମ୍ଭରୁ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ବିଧାନସଭା ଅାରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଥିଲେ। ଅାଜି ବିଧାନସଭାରେ ଉପସ୍ଥାପିତ ହେବାର ଅଛି ଅତିରିକ୍ତ ବଜେଟ ।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ । ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଘୋଷଣା କରିଥିଲେ ମଧ୍ୟ ଏଥିପାଇଁ ବ୍ୟୟବରାଦ ହୋଇନଥିଲା। ଅାଜିର ଅତିରିକ୍ତ ବଜେଟରେ ଏନେଇ ବ୍ୟୟବରାଦ କରାଯିବ। ଅାଗକୁ ନିର୍ବାଚନ ଥିବାରୁ ସରକାର ଅାଗକୁ ଅାଣିବାକୁ ଥିବା ନୂଅା ସ୍କିମ ପାଇଁ ମଧ୍ୟ ବ୍ୟୟବରାଦ ହୋଇପାରେ।

You might also like