ମଦ ଫ୍ୟାକ୍‌ଟ୍ରି ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ  : ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ ଫ୍ୟାକ୍ଟ୍ରି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅାରଡିସିଙ୍କ  ଅାଧାରରେ ଏହି ନିଷ୍ପତ୍ତି ନିଅାଯାଇଛି। ଗଛକଟାକୁ ନେଇ ବିବାଦ ଉପୁଜିବା ପରେ ବାତିଲ୍‌ କରାଯାଇଛି ଫ୍ୟାକ୍‌ଟ୍ରି ।

ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡି ଜଙ୍ଗଲରେ ପୁଲିସ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି ହେବା ସହ ପୁଲିସ ୨୦ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା। ଝିଙ୍କରଗଡିରେ ଫ୍ୟାକଟ୍ରି ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ ବଳରାମପୁର ଗାଁ ଲୋକେ ଅାନ୍ଦୋଳନ ବି କରିଛନ୍ତି।

You might also like