ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ।

ଆସନ୍ତା ୨୭ ତାରିଖରେ ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍‌କ୍ୟୁୟରିଙ୍କ ପୁରୀ ଗସ୍ତର ବେଶ୍ ଗୁରୁତ୍ୱ ରହିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ  ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ ନେବେ।

ବିଶେଷ କରି ଭକ୍ତଙ୍କ ଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଆଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ସହମତି ହୋଇପାରିନଥିବାରୁ ଆମିକସ୍‌କ୍ୟୁରିଙ୍କ ନିକଟରେ ମତ ରଖିପାରନ୍ତି ସେବାୟତ।

You might also like