କୋଣାର୍କ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ

ପୁରୀ: ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନଥ୍ ଆଇ. ଜଷ୍ଟର୍‌ ଓ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକାର କନ୍ସଲ୍‌ ଜେନେରାଲ କାଥେରିନ୍ ହାଡା ପ୍ରମୁଖ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ ୧୫ ଜଣ ଆମେରିକା ଆମ୍ବାସି କର୍ମଚାରୀମାନଙ୍କ ସହ ସେମାନେ ୪୦ ମିନିଟ୍ ଧରି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆମେରିକାର ରାଷ୍ଟ୍ରଦୂତ ଓ କନ୍ସଲ୍ ଜେନେରାଲଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅବଗତ କରାଇଥିଲେ।

You might also like