୧୨ ବର୍ଷର ବାଳକ ପିକ୍‌ଅପ ଗାଡ଼ି ଚୋରି କରି ପଳାଇଲା, ଶେଷରେ…

ୱାଶିଂଟନ: ୧୨ ବର୍ଷର ପିଲାଟିଏ ଚୋଟି କରି ନେଇଛି ଏକ ପିକଅପ ଗାଡ଼ି‌। ପୋଲିସ ପିଲାଟିକୁ ଧରିବା ସହ ଗିରଫ ମଧ୍ୟ କରିଛି।  ଆମେରିକାର ଦିଲାବରେ ପୋଲିସ ଏହି ଛୋଟ ପିଲାଟିକୁ ଗିରଫ କରିଛି। ପୋଲିସର କହିବା ଅନୁଯାୟୀ ଗାଡ଼ି ଚୋରି କରିବା ପରେ ଏତେ ତୀବ୍ର ଗତିରେ ପଳାଇ ଯାଇଥିଲା, ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲା। ଶେଷରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଶେଷରେ ଗାଡ଼ିରୁ ଓହ୍ଲାଇ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସ ହାତରେ ଧରା ପଡ଼ିଥିଲା।

ଦିଲାବରେ ରାଜ୍ୟ ପୋଲିସ ସୂଚନା ଅନୁଯାୟୀ ପିଲାଟି ୨୦୦୩ ମଡେଲର ଏକ ଫୋର୍ଡ ରେଞ୍ଜର  ଚୋରି କରିଥିଲା। ଗାଡିର ମାଲିକ ଏଟିଏମ କାଉଣ୍ଟରକୁ ଯାଇଥିବାବେଳେ ପିଲାଟି ଗାଡ଼ି ନେଇ ପଳାଇଥିଲା। ତେବେ ପୋଲିସ ପିଲଟିର ନାମ ପ୍ରକାଶ କରିନାହିଁ। ପୋଲିସ ଗାଡିକୁ ଠାବ କରିବା ପରେ ପିଲାଟିକୁ ଅଟକାଇବା ପାଇଁ କହିଥିଲା। ହେଲେ ପିଲାଟି ଗାଡ଼ି ନ ଅଟକାଇ ଦ୍ରୁତଗତିରେ ପଳାଇବାକୁ ବସିଥିଲା। ଏପରିକି ପୋଲିସକୁ ମଧ୍ୟ ଅନେକ ବାଟ ପର୍ଯ୍ୟନ୍ତ ଧାଇଁବାକୁ ପଡ଼ିଲା।

ଶେଷରେ ପାର୍କିଂ ହୋଇଥିବା କାରକୁ ଧକ୍କା ଦେବା ପରେ ସନ୍ଦିଗ୍ଧ ୟୁ-ଟର୍ନ ନେଇଥିଲେ ଏବଂ ଗାଡ଼ିଟି ପୁଣି ଥରେ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ପରେ ବାଳକ ଗାଡିରୁ  ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା ​​କିନ୍ତୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ଏହା ମଧ୍ୟ କୁହାଯାଇଛି ଯେ, ବାଳକ ବିରୋଧରେ ଅନେକ ଅଭିଯୋଗ ଆସିଛି ଏବଂ ତାଙ୍କୁ ୮୦୦୮ ଡଲାର ବଣ୍ଡରେ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି।

 

You might also like