୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଲୋକେ

ମୟୂରଭଞ୍ଜ: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ଛକ ନିକଟରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଉଦଳାରୁ ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିଲା। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାକଡ଼ରେ ଥିବା ଏକ ଟ୍ରଲିକୁ ଆମ୍ୱୁଲାନ୍ସଟି ଧକ୍କା ଦେଇଥିଲା। ଏହା ପରେ ସେଠାରେ ଉପସ୍ଥିତ କିଛି ଲୋକ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଏନେଇ ଖବର ପାଇବା ପରେ ବାରିପଦାରୁ ଆଉ ଏକ ୧୦୮ ଆମ୍ୱୁଲାନ୍ସ ସେମାନଙ୍କୁ ଆଣିବାକୁ ସେଠାକୁ ଯାଇଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ସେହି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ପିଟି ଥିଲେ।

ଦୁଇଟି ୧୦୮ ଆମ୍ବୁଲାନ୍ସର ୬ ଜଣ କର୍ମଚାରୀ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।

You might also like