ମରିଗଲା ମାନବିକତା: ଅଧା ରାସ୍ତାରୁ ମାଆ ଓ ଛୁଆକୁ ଛାଡ଼ି ପଳାଇଲା ଆମ୍ୱୁଲାନ୍ସ!

ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ, ଜାମଦା ଥାନା ମାନବୀର ଗାଁର ଏକ ୬ ମାସର ଅସୁସ୍ଥ ଶିଶୁକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ସେଠାରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ଡାକ୍ତର ବାରିପଦା ପିଏମ୍ଆର୍‌ଏମ୍‌ ମେଡିକାଲ୍‌କୁ ରେଫର୍ କରାଯାଇଥିଲା।

ତେବେ ୧୦୨ ଆମ୍ବୁଲାନ୍ସରେ ବାରିପଦା ଯାଉଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା କହି ଆମ୍ବୁଲାନ୍ସ କର୍ମଚାରୀ ଉଭୟ ମାଆ ଓ ମୃତ ଶିଶୁକୁ ବିଶୋଇ ବଜାର ନିକଟରେ ଛାଡ଼ି ପଳାଇଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣାକୁ ନେଇ ରାଇରଙ୍ଗପୁର SDMOଙ୍କ ନିକଟରେ ଅଭିଯୋଗ ହୋଇଛି।

You might also like